ଥିଲେ ନିଷ୍ଠା ହୃଦେ ପଞ୍ଚ ଲକ୍ଷଣର
ଉତ୍ତମ ବିଦ୍ୟାର୍ଥୀ ହୁଏ,
ଉପେସିତ ହୋଇ ଜ୍ଞାନର ଆଲୋକେ
ସମାଜରେ ପୂଜା ପାଏ l
ନିର୍ବାଣ ନିମନ୍ତେ ଯୋଗ ଆରାଧନା
ମୁନି ଯୋଗୀ ସନ୍ଥ ସାଧୁ,
ଜାରି ରଖିବାରୁ ନିଷ୍ଠାରେ ସାଧନା
ପାଇଥାନ୍ତି ବିଭୁ ମଧୁ l
ସ୍ବଧର୍ମ ନିଷ୍ଠାରେ ଗୃହସ୍ଥ ପାଳିଲେ
ସୁଖ ଶାନ୍ତି ପ୍ରାପ୍ତ ହୁଏ,
ଅଗ୍ନିର ଜ୍ୱଳନେ ନୋହିଲେ ଅଶାନ୍ତି
ଲକ୍ଷ୍ୟଚ୍ୟୁତ ହୋଇଥାଏ l
ନିଷ୍ଠାର ସହିତ ବାୟା ଚଢ଼େଇଟି
ବସା ତାର ଗଢ଼ିଥାଏ,
ଆସିଲେ ତା'ସାଥେ ଯେତେ ଝଡ଼ଝଞ୍ଜା
ଲକ୍ଷ୍ୟ ବିଚ୍ୟୁତ ନ ହୁଏ l
ସାଗର ସଙ୍ଗମ ତଟିନୀର ଧର୍ମ
ଏକ ଲକ୍ଷ୍ୟ ନେଇ ବହେ,
ଅତିକ୍ରମି ପଥ ଘାତ ପ୍ରତିଘାତେ
ଅନେକ କଷଣ ସହେ l
ଅନୁଗତ୍ୟ ସେବା ନିଷ୍ଠା ସହଚର
ପ୍ରେମ ତପ ଆଚରଣ,
ଲକ୍ଷ୍ୟ ପ୍ରାପ୍ତି ହେଲେ ସେ ପାଇଁ ସାବିତ୍ରୀ
ପାଇଲେ ସ୍ୱାମୀଙ୍କ ପ୍ରାଣ l
ଜାରି ରଖେ ଜ୍ଞାନ ନିଷ୍ଠା ସହକାରେ
ପ୍ରତିଟି କରମ ପାଇଁ,
ପ୍ରାପତ ହୋଇବ ତେବେ ଯାଇ ଲକ୍ଷ୍ୟ
ଜଗତେ ଜିତିବ ଯାଇ l
ଏକଲବ୍ୟ ପାର୍ଥ ଆରୁଣି ନଚିଙ୍କ
ଲକ୍ଷ୍ୟ ପ୍ରାପ୍ତି ନିଷ୍ଠା ପାଇଁ,
ଅନେକ ବାରତା ପୁରାଣେ ରହିଛି
ଜ୍ଞାନର ମଧୁ ଶୋଭଇ l
- ଶ୍ରୀ ଅଶୋକ କୁମାର ନାୟକ
କେନ୍ଦୁଢ଼ିପି, ନୟାଗଡ଼


0 Comments